Adine Koili
2
views
Lyrics
ଅଦିନେ କୋଇଲି କୁହୁ-କୁହୁ ଅଦିନେ କୋଇଲି କୁହୁ-କୁହୁ କାଉ ରାବିଲାଣି କା ରଥ ଦେଖି ଯିବୁ ଯଦି ଲୋ କାଇଁଚ ସଅଳ ବାହାରି ଆ ଆ ଆଲୋ, ସଅଳ ବାହାରି ଆ ଅଦିନେ କୋଇଲି କୁହୁ-କୁହୁ ♪ ବାପ ବସିଥାଏ, ପୁଅ ଚାଲିଯାଏ ଅକାଳେ ଫୁଟଇ ମଲ୍ଲି ଜୀବନ ଦଉଡ଼ି ଜଗା ଟାଣୁଥାଏ ସଂସାର ଶରଧା ବାଲି, ଆ ଆଲୋ ବାପ ବସିଥାଏ, ପୁଅ ଚାଲିଯାଏ ଅକାଳେ ଫୁଟଇ ମଲ୍ଲି ଜୀବନ ଦଉଡ଼ି ଜଗା ଟାଣୁଥାଏ ସଂସାର ଶରଧା ବାଲି ରଥ ଫେରେ ସିନା ଶରୀର ନୁହଁ ତତେ ଦେଖି ଥରେ କାଳିଆ ଦିଅଁ ମୁକତି ପାଇବୁ ଯଦି ଲୋ କାଇଁଚ ସଅଳ ବାହାରି ଆ ଆ ଆଲୋ, ସଅଳ ବାହାରି ଆ ଅଦିନେ କୋଇଲି କୁହୁ-କୁହୁ ♪ ମର୍ତ୍ତ୍ୟ, ବୈକୁଣ୍ଠ, ଶ୍ରୀକ୍ଷେତ୍ର ପୁରୀ ଭକ୍ତ ହୃଦ ସିଂହାସନ ଜଗା ବସିଥାଏ ଦେହ ଦେଉଳରେ ଖୋଲା ହାତେ ଦିଏ ଦାନ, ଆ ଆଲୋ ମର୍ତ୍ତ୍ୟ, ବୈକୁଣ୍ଠ, ଶ୍ରୀକ୍ଷେତ୍ର ପୁରୀ ଭକ୍ତ ହୃଦ ସିଂହାସନ ଜଗା ବସିଥାଏ ଦେହ ଦେଉଳ ରେ ଖୋଲା ହାତେ ଦିଏ ଦାନ ବଡ଼ଦାଣ୍ଡ ଧୂଳି ରଥ ଦଉଡ଼ି କୈବଲ୍ୟେ ମିଳଇ ସରଗ ପୁରୀ ସରଗ ପାଇବୁ ଯଦି ଲୋ କାଇଁଚ ସଅଳ ବାହାରି ଆ ଆ ଆଲୋ, ସଅଳ ବାହାରି ଆ ଅଦିନେ କୋଇଲି କୁହୁ-କୁହୁ ଅଦିନେ କୋଇଲି କୁହୁ-କୁହୁ କାଉ ରାବିଲାଣି କା ରଥ ଦେଖି ଯିବୁ ଯଦି ଲୋ କାଇଁଚ ସଅଳ ବାହାରି ଆ ସଅଳ ବାହାରି ଆ ଆ ଆଲୋ, ସଅଳ ବାହାରି ଆ ଆ ଆଲୋ, ସଅଳ ବାହାରି ଆ
Audio Features
Song Details
- Duration
- 04:11
- Key
- 10
- Tempo
- 110 BPM