Chal Begi Begi

1 views

Lyrics

ଭକ୍ତ ସାଲବେଗ ନୁହେଁ ମୁଁ, ନୁହେଁ ବଳରାମ ଦାସ
 କାହିଁ ରହିବ ମୋ ପାଇଁ ବଡ଼ଦାଣ୍ଡେ ନନ୍ଦିଘୋଷ, ବଡ଼ଦାଣ୍ଡେ ନନ୍ଦିଘୋଷ
 ଚାଲ ବେଗି ବେଗି ଯିବା ସଙ୍ଗାତ
 କାଳେ ରଥ ଟଣା ହେବ ଶେଷ
 ଚାଲ ବେଗି ବେଗି ଯିବା ସଙ୍ଗାତ
 କାଳେ ରଥ ଟଣା ହେବ ଶେଷ
 ରଥରେ ଦେଖିବା କାଳିଆ ଠାକୁର ଆହା, ଆହା-ଆହା
 ତାର ଅଧା ଅଧା ନାଲି ହସ
 ତାର ଅଧା ଅଧା ନାଲି ହସ
 ଚାଲ ବେଗି ବେଗି ଯିବା ସଙ୍ଗାତ
 କାଳେ ରଥ ଟଣା ହେବ ଶେଷ
 ଚାଲ ବେଗି ବେଗି ଯିବା ସଙ୍ଗାତ
 କାଳେ ରଥ ଟଣା ହେବ ଶେଷ
 ପହଣ୍ଡି ସାରି ଠାକୁରେ ବସିଥିବେ ରଥ ଉପରେ
 ଚାହିଁ ଥିବେ ଲୋକ ଭିଡ଼ରେ, ଠିଆହୋଇ ବଡ଼ ଦାଣ୍ଡରେ
 ଆଗେ ଯୁବ ହାତୀ ଛତି, ପଛରେ ପାଲିଙ୍କି
 ପାଲିଙ୍କିରେ ଆସୁଥବେ ପୁରୀ ଗଜପତି
 ଦେଖିଲେ ପରା ଛେରା ପହଁରା ଆହା, ଆହା-ଆହା
 ମରି ଯାଆନ୍ତା ମନର ଶୋଷ
 ମରି ଯାଆନ୍ତା ମନର ଶୋଷ
 ଚାଲ ବେଗି ବେଗି ଯିବା ସଙ୍ଗାତ
 କାଳେ ରଥ ଟଣା ହେବ ଶେଷ
 ଚାଲ ବେଗି ବେଗି ଯିବା ସଙ୍ଗାତ
 କାଳେ ରଥ ଟଣା ହେବ ଶେଷ
 ଘଣ୍ଟ ଶୁଭୁଥୁବ ଢ଼ାଉଁ ଢ଼ାଉଁ, ତପ ପଢୁଥିବ ମହାବାହୁ
 ଝାଞ୍ଜ ବାଜୁଥୁବ ଝାଉଁ ଝାଉଁ, ନୀଳାଚଳେ ନୀଳା ଲାଗି ଥାଉ
 ବଡ଼ ଦେଉଳର ସୁଖ ପକାଇ ପଛକୁ
 ଆସିଛି କାଳିଆ ସୁନା ଭକତ ପାଖକୁ
 ଭୁଜ ବଢେଇ ନେବ କୁଳେଇ ଆହା, ଆହା-ଆହା
 ପୁଣି ଆସିବ ଆର ବରଷ
 ପୁଣି ଆସିବ ଆର ବରଷ
 ଚାଲ ବେଗି ବେଗି ଯିବା ସଙ୍ଗାତ
 କାଳେ ରଥ ଟଣା ହେବ ଶେଷ
 ଚାଲ ବେଗି ବେଗି ଯିବା ସଙ୍ଗାତ
 କାଳେ ରଥ ଟଣା ହେବ ଶେଷ
 ରଥରେ ଦେଖି କାଳିଆ ଠାକୁର ଆହା, ଆହା-ଆହା
 ତାର ଅଧା ଅଧା ନାଲି ହସ
 ତାର ଅଧା ଅଧା ନାଲି ହସ

Audio Features

Song Details

Duration
06:12
Key
8
Tempo
126 BPM

Share

More Songs by Sonu Nigam

Albums by Sonu Nigam

Similar Songs