Nidara Maina

2 views

Lyrics

ହୁଁ-ହୁଁ
 ହେ-ହେ
 ହେ-ହେ-ଲା
 ହେ-ହା-ହା
 ନିଦର ମଇନା ସିଏ
 ପୁଣି ପ୍ରେମର ଆଇନା ସିଏ
 ଦୁଇଟି ଶାମୁକା ସିଏ
 ପୁଣି ସପନ ଝରକା ସିଏ
 ହୁଁ, ନିଦର ମଇନା ସିଏ
 ପୁଣି ପ୍ରେମର ଆଇନା ସିଏ
 ଦୁଇଟି ଶାମୁକା ସିଏ
 ପୁଣି ସପନ ଝରକା ସିଏ
 କଥାଦିଏ, କଥାନିଏ
 ବୁଝେ ପୁଣି ବୁଝେଇ ଦିଏ
 ହସର, ଲୁହର ସେଇତ ମୋ ସାଥୀ
 ତୁମରି ଆଖି
 ତୁମରି ଆଖି
 ନିଦର ମଇନା ସିଏ
 ପୁଣି ପ୍ରେମର ଆଇନା ସିଏ
 ଦୁଇଟି ଶାମୁକା ସିଏ
 ପୁଣି ସପନ ଝରକା ସିଏ
 କେବେ ସତ କୁହେ, କେବେ ମିଛ କୁହେ
 ଇଶାରା ରେ ଦିଏ ଡ଼ାକି
 ଓଠ ଯାହା କେବେ କହି ପାରେନାହିଁ
 କହିଦିଏ ସେଇ ଆଖି
 ହୁଁ, କେବେ ସତ କୁହେ, କେବେ ମିଛ କୁହେ
 ଇଶାରା ରେ ଦିଏ ଡ଼ାକି
 ଓଠ ଯାହା କେବେ କହି ପାରେନାହିଁ
 କହିଦିଏ ସେଇ ଆଖି
 ରାଗିପାରେ, ରୁଷିପାରେ
 ମନକୁ ସେ ଚିହ୍ନିପାରେ
 ଅବୁଝା ଅଝଟ ସେ ଯେ ନୀଳପକ୍ଷୀ
 ତୁମରି ଆଖି
 ତୁମରି ଆଖି
 ନିଦର ମଇନା ସିଏ
 ପୁଣି ପ୍ରେମର ଆଇନା ସିଏ
 ଦୁଇଟି ଶାମୁକା ସିଏ
 ପୁଣି ସପନ ଝରକା ସିଏ
 କେତେବେଳେ ଲାଗେ ଆଖି ନୁହେଁ ସେତ
 ଲୁହର କଳସୀ ଯୋଡ଼ି
 କେତେବେଳେ ଲାଗେ ତାରାଫୁଲ ସଜ
 ସପନ ଫୁଲ-ଚାଙ୍ଗୁଡ଼ି
 ହୁଁ, କେତେବେଳେ ଲାଗେ ଆଖି ନୁହେଁ ସେତ
 ଲୁହର କଳସୀ ଯୋଡ଼ି
 କେତେବେଳେ ଲାଗେ ତାରାଫୁଲ ସଜ
 ସପନ ଫୁଲ-ଚାଙ୍ଗୁଡ଼ି
 ମନ ଦିଏ, ମନ ନିଏ
 ଚାହାଣି ରେ ଘାରି ଦିଏ
 ଭଲ ପାଇବାକୁ ନିଏ ସେ ପରଖି
 ତୁମରି ଆଖି
 ତୁମରି ଆଖି
 ନିଦର ମଇନା ସିଏ
 ପୁଣି ପ୍ରେମର ଆଇନା ସିଏ
 ଦୁଇଟି ଶାମୁକା ସିଏ
 ପୁଣି ସପନ ଝରକା ସିଏ
 କଥାଦିଏ, କଥାନିଏ
 ବୁଝେ ପୁଣି ବୁଝେଇ ଦିଏ
 ହସର ଲୁହର ସେଇତ ମୋ ସାଥୀ
 ତୁମରି ଆଖି
 ତୁମରି ଆଖି
 ତୁମରି ଆଖି
 ତୁମରି ଆଖି
 

Audio Features

Song Details

Duration
05:21
Key
1
Tempo
87 BPM

Share

More Songs by Samir

Albums by Samir

Similar Songs