Kalia Re Kalia
3
views
Lyrics
କାଳିଆରେ କାଳିଆ ତୁ ସତ କହ କାହାର, ସତ କହ କାହାର କାଳିଆରେ କାଳିଆ ତୁ ସତ କହ କାହାର, ସତ କହ କାହାର ପ୍ରେମମୟୀ ରାଧାର କି ଯଶୋମତୀ ମାଆର ରଘୁ ଅରକ୍ଷିତ କିବା ବନ୍ଧୁ ମହାନ୍ତିର କହ ତୁ କାହାର କାଳିଆରେ କାଳିଆ ତୁ ସତ କହ କାହାର ସତ କହ କାହାର ମନ ତୋର ବନ୍ଧା ସତେ ବଡ଼ଦେଉଳରେ ଅବା ସେଇ ମନ ଯାଇ ଯମୁନା କୂଳରେ ବନ୍ଧା କି ସେ ମନ ଯାଇ ଗୋପୀ ପଣତରେ ଅବା ସେଇ ମନ ଯାଇ ଲକ୍ଷ୍ମୀ ଅନ୍ତପୁରେ କହରେ କାଳିଆ କହ କହରେ କାଳିଆ କହ ସତେ ତୁ କାହାର କିଏ ତୋର ପର କହ କିଏ ଆପଣାର କହ ତୁ କାହାର କାଳିଆରେ କାଳିଆ ତୁ ସତ କହ କାହାର ସତ କହ କାହାର ତୋ ପାଟି କି ଭଲଲାଗେ ଷାଠିଏ ପଉଟି ସର ଲବଣୀରେ କିବା ଥାଏ ତୋର ମତି ଶଙ୍ଖରେ ମନ କି ତୋର ବଇଁଶୀରେ ମନ ନରେନ୍ଦ୍ରରେ ମନ କିବା ଯମୁନାରେ ମନ ସବୁ ଶୁଣି ହସି କହେ ସବୁ ଶୁଣି ହସି କହେ ଶ୍ରୀରଙ୍ଗା ଅଧର କାହାର ମୁଁ ପର ନୁହେଁ କାହାର ନିଜର ମୁଁ ଏକା ଭକତର ମୁଁ ଏକା ଭକତର ମୁଁ ଏକା ଭକତର କାଳିଆରେ କାଳିଆ ତୁ ସତ କହ କାହାର ସତ କହ କାହାର ସାରେ.ନିସା.ଧାନି.ପାଧା.ପାପା.ଗାମା.ରେଗା.ସାରେ.ନିସାଧା ସାନିସାମାଗା.ସାଗାମାଧାପା.ପାଧାନିସା.ସାନିରେ... ସାନିଧାପାଧା ନିନି.ଧାଧା.ପାପା.ମାଗାମା.ରେଗାମା.ଧାପାମା.ନିଧାଯାଧାମା କାଳିଆରେ କାଳିଆ ତୁ ସତ କହ କାହାର ସତ କହ କାହାର ସତ କହ କାହାର ସତ କହ କାହାର ସତ କହ କାହାର ସତ କହ କାହାର
Audio Features
Song Details
- Duration
- 05:56
- Key
- 11
- Tempo
- 164 BPM