Sun Salita

3 views

Lyrics

ଶୁଣ୍ ସଳିତା, ଶୁଣ୍ ଲଳିତା
 ଶୁଣ୍ ସଳିତା, ଶୁଣ୍ ଲଳିତା
 ଚୋରା ପିରତିର ମଜାକଥା
 ମହୁଠାରୁ ବେଶୀ ଲାଗେ ସିଏ ମିଠା
 ଆମ୍ବୁଲଠୁ ବେଶୀ ଖଟା
 ହାଏ ରେ, ହାଏ ରେ, ହାଏ ରେ, ସଖୀ ସେତ ଅଧେ ଖଟା ଅଧେ ମିଠା
 ହାଏ ରେ, ହାଏ ରେ, ହାଏ ରେ, ସଖୀ ସେତ ଅଧେ ଖଟା ଅଧେ ମିଠା
 ♪
 ଲୁଚି-ଲୁଚି, ଛପି-ଛପି ଯାଉଥିଲି ନଈକୂଳେ
 ଫୁଟିଗଲା ପାଦେ କଣ୍ଟା, ମାଆ ଲୋ ମାଆ ସଞ୍ଜବେଳେ
 ଲୁଚି-ଲୁଚି, ଛପି-ଛପି ଯାଉଥିଲି ନଈକୂଳେ
 ଫୁଟିଗଲା ପାଦେ କଣ୍ଟା, ମାଆ ଲୋ ମାଆ ସଞ୍ଜବେଳେ
 ପଚାରିଲେ ମାଇଁ, ଛୋଟଉଛୁ କାଇଁ
 ପଚାରିଲେ ମାଇଁ, ଛୋଟଉଛୁ କାଇଁ
 ହେଲି ଭାରି ହଟହଟା
 ହାଏ ରେ, ହାଏ ରେ, ହାଏ ରେ ଚୋରା ପ୍ରୀତି ଅଧେ ମିଠା ଅଧେ ଖଟା
 ହାଏ ରେ, ହାଏ ରେ, ହାଏ ରେ ଚୋରା ପ୍ରୀତି ଅଧେ ଖଟା ଅଧେ ମିଠା
 ♪
 ପଢ଼ୁଥିଲି ଚିଠି ତାର ଠିକା ଆଲୁଅରେ ବସି
 ଭାଉଜ ତ ଜାଣିନେଲେ କହିଲେ ପାଖକୁ ଆସି
 ପଢ଼ୁଥିଲି ଚିଠି ତାର ଠିକା ଆଲୁଅରେ ବସି
 ଭାଉଜ ତ ଜାଣିନେଲେ କହିଲେ ପାଖକୁ ଆସି
 ନୂଆ-ନୂଆ ପ୍ରେମ ଲାଗେ ଭାରି ମଜା
 ନୂଆ-ନୂଆ ପ୍ରେମ ଲାଗେ ଭାରି ମଜା
 ପଛକୁ ଅଡୁଆ ସୂତା
 ହାଏ ରେ, ହାଏ ରେ, ହାଏ ରେ, ଚୋରା ପ୍ରେମ ଅଧେ ମିଠା ଅଧେ ଖଟା
 ହାଏ ରେ, ହାଏ ରେ, ହାଏ ରେ, ଚୋରା ପ୍ରେମ ଅଧେ ମିଠା ଅଧେ ଖଟା
 ଶୁଣ୍ ସଳିତା, ଶୁଣ୍ ଲଳିତା
 ଶୁଣ୍ ସଳିତା, ଶୁଣ୍ ଲଳିତା
 ଚୋରା ପିରତିର ମଜାକଥା
 ମହୁଠାରୁ ବେଶୀ ଲାଗେ ସିଏ ମିଠା
 ଆମ୍ବୁଲଠୁ ବେଶୀ ଖଟା
 ହାଏ ରେ, ହାଏ ରେ, ହାଏ ରେ, ସଖୀ ସେତ ଅଧେ ଖଟା, ଅଧେ ମିଠା
 ହାଏ ରେ, ହାଏ ରେ, ହାଏ ରେ, ସଖୀ ସେତ ଅଧେ ଖଟା, ଅଧେ ମିଠା
 ହାଏ ରେ, ହାଏ ରେ, ହାଏ ରେ, ସଖୀ ସେତ ଅଧେ ଖଟା, ଅଧେ ମିଠା
 

Audio Features

Song Details

Duration
04:23
Key
7
Tempo
106 BPM

Share

More Songs by Sailabhama

Similar Songs