Kie Basichhi

3 views

Lyrics

କିଏ ବସିଛି ଲୋ ସଖି, କଳ୍ପବଟ ମୂଳେ?
 କିଏ ବସିଛି ଲୋ ସଖି, କଳ୍ପବଟ ମୂଳେ?
 ତାର ମଥାରେ ମୟୂର ଚୂଳ
 ତାର ଗଳାରେ ତୁଳସୀ ମାଳ
 ତାର ମଥାରେ ମୟୂର ଚୂଳ, ଗଳାରେ ତୁଳସୀ ମାଳ
 କିଏ ସେ ବାଟୋଇ? କେଉଁଠୁ ଆସିଛି?
 ଥକି ବସିଛି ଲୋ ଦରିଆ କୂଳେ
 କିଏ ବସିଛି ଲୋ ସଖି, କଳ୍ପବଟ ମୂଳେ?
 କିଏ ବସିଛି ଲୋ ସଖି, କଳ୍ପବଟ ମୂଳେ?
 ♪
 ବାଟୋଇ ଆସିଛି ବୋଧେ ଅଯୋଧ୍ୟା ପୁରୀରୁ
 ବାରିହୁଏ ରାମାନନ୍ଦୀ ଚନ୍ଦନ ଚିତାରୁ
 ବାଟୋଇ ଆସିଛି ବୋଧେ ଗୋପ ନଗରୀରୁ
 ବାରିହୋଇ ଯାଉଛି ତା ତ୍ରୀଭଙ୍ଗୀ ଠାଣିରୁ
 ସେତ ସତେକି ପରଦେଶିଆ
 ସେତ ଲାଗୁଛି ଖାଣ୍ଟି ଓଡ଼ିଆ
 ସେତ ସତେକି ପରଦେଶିଆ, ଲାଗୁଛି ଖାଣ୍ଟି ଓଡ଼ିଆ
 ମନ ନିଏ ମୋହି, ସେ କଳା ବାଟୋଇ
 ଥକି ବସିଛି ଲୋ ବଡ଼ ଦେଉଳେ
 କିଏ ବସିଛି ଲୋ ସଖି, କଳ୍ପବଟ ମୂଳେ?
 କିଏ ବସିଛି ଲୋ ସଖି, କଳ୍ପବଟ ମୂଳେ?
 ♪
 ଦୁନିଆଁ ଦାଣ୍ଡରେ ସାଜି ମଣିଷ ହାଟୋଇ
 ସୁଖର ସଉଦା ପାଇଁ ଯାଉଛି ଲୋ ଧାଇଁ
 ହାଟ କରୁ-କରୁ ବାଟ ଗଲେ ବଣା ହୋଇ
 ସେ କଳା ବାଟୋଇ ବାଟ ଦଉଛି ବତେଇ
 ଦେଖି ମଣିଷ ମନର ଭାବ
 ଡାକି କରେଇ ଦଉଛି ଠାବ
 ଦେଖି ମଣିଷ ମନର ଭାବ, କରେଇ ଦଉଛି ଠାବ
 ଚଉଦ ଭୁବନ ତା ପ୍ରେମେ ଉଚ୍ଛନ୍ନ
 ଥକି ବସିଛି ଲୋ ସେ ନୀଳାଚଳେ
 କିଏ ବସିଛି ଲୋ ସଖି, କଳ୍ପବଟ ମୂଳେ?
 କିଏ ବସିଛି ଲୋ ସଖି, କଳ୍ପବଟ ମୂଳେ?
 କିଏ ବସିଛି ବସିଛି ସଖି, କଳ୍ପବଟ ମୂଳେ?
 କିଏ ବସିଛି ଲୋ ସଖି, କଳ୍ପବଟ ମୂଳେ?
 

Audio Features

Song Details

Duration
04:28
Key
5
Tempo
77 BPM

Share

More Songs by Sailabhama

Similar Songs